ଭାରସାମ୍ୟ ହରାଇ ବାଇକ ଚାଳକ ମୃତ

ଯାଜପୁର: ଯାଜପୁର ଜିଲା ଧର୍ମଶାଳା ଥାନା ନରସିଂହପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ବାଇକ୍ ଖସିପଡିବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ନରସିଂହପୁର ଗ୍ରାମର କାଳିଆ ମଲିକ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ କାଳିଆ ଓ ତାର ଜଣେ ବନ୍ଧୁ ଦୁହେଁ ବାଇକରେ ଘରକୁ ଫେରୁଥିବା ବେଳେ ଏକ କୁକୁର ପସି ଯିବାରୁ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ପଡିଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡଚଣା ପଠାଇ ଘଟଣାର ତଦନ୍ତ ଚଳାଇଛି ।

Comments are closed.