ବାଇକ ଦୁର୍ଘଟଣାରେ ୨ ମୃତ

ଦେବଗଡ଼ : ସୁନ୍ଦେରଗଡ଼ ଜିଲା ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ଲଇମୁରା ସାଲୋହୀ ରାସ୍ତାରେ ସୋମବାର ଏକ ବାଇକ ଦୁର୍ଘଟଣାରେ ୨ ଜଣ ବାଇକ ଅରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ସୁଶାନ୍ତ କିସାନ ଓ କୁମର କିସନ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ ଝାରମୁଣ୍ଡା ଗ୍ରାମର ସୁଶାନ୍ତ  ଓ କୁମର ଏକ ବାଇକ ଯୋଗେ ଟିପିରସିଂହା ଗ୍ରାମପଟୁ ନାଗଦୋ ଗ୍ରାମପଟକୁ ଯାଉଥିଲେ। ତେବେ ଉକ୍ତ ରାସ୍ତାର ଏକ ବୁଲାଣି ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇବାରୁ ବାଇକଟି ଏକ ଗଛରେ ପିଟିହେବା ସହ ଘଟଣା ସ୍ଥଳରେ ସୁଶାନ୍ତ ଓ କୁମରଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚିବା ସହ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରି ଘଟଣାର ତଦନ୍ତ ଅରମ୍ଭ କରିଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Comments are closed.