କାର୍‌କୁ ପିଟିଲା କାର୍‌, ୩ ଗୁରୁତର

ଭୁବନେଶ୍ବର : କ୍ୟାପିଟାଲ ଥାନା ଅଧୀନ ଏଜି ଛକରେ ସୋମବାର ରାତିରେ ଦୁଇଟି କାର୍‌ ଧକ୍କା ହୋଇଛି। ଏଥିରେ ୩ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି। ପୁଲିସ ସୂଚନା ଅନୁସାରେ ଗଭର୍ଣ୍ଣର ହାଉସ୍‌ ଛକ ପଟରୁ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଏୟାରପୋର୍ଟ ଛକ ପଟରୁ ଆସିଥିବା ଆଉ ଏକ କାର୍‌ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇଟି ଗାଡ଼ିରେ ଥିବା ୩ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଏତେ ଜୋର୍‌ଥିଲା ଯେ ଗାଡ଼ି ଦୁଇଟି ଛକର ବ୍ୟାରିକେଡ ଉପରକୁ ଚଢ଼ିଯାଇଥିଲା। ଫଳରେ ଗାଡ଼ି ଦୁଇଟି କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ପୁଲିସ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସିଗ୍‌ନାଲ ନମାନି ଗାଡ଼ି ଚଳାଇବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Comments are closed.