ପୋଖରୀ ମଧ୍ୟକୁ ଓଲଟିଲା ସ୍କୁଲ ଭ୍ୟାନ୍‌; ଛାତ୍ରଛାତ୍ରୀ ଗୁରୁତର

ଗଞ୍ଜାମ: ଚିକିଟି ବ୍ଲକ୍‌ ଅନ୍ତର୍ଗତ ନୂଆପଡ଼ାରେ ଏକ ଅଘଟଣ ଘଟିଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡ଼ି ପୋଖରୀ ମଧ୍ୟକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାହାର ପ୍ରାଣହାନୀ ହୋଇଥିବା​‌ ଜଣାପଡିନାହିଁ। ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ପରେ ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌, ଟିଫିନ୍‌ ବକ୍ସ ଓ ପାଣି ବୋତଲ ସବୁ ପଡ଼ିଥିବା ଦେଖିବାକୁ ମିଳିଛି। ଗାଡ଼ିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ।

Comments are closed.