ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା; ୨ମୃତ

ଖୁଣ୍ଟା:  ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଖୁଣ୍ଟା-କୁଶଳଦା ରାସ୍ତାର ନହରା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ଗ୍ରାମର ଉଭୟ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତ ବାଇକ ଚାଳକମାନେ ହେଲେ ବଣକାଟୀ ଗ୍ରାମର ଗଙ୍ଗାଧର ଗିରି(୫୦) ଓ ରାମେଶ୍ୱର ବେଶ୍ରା(୨୫)।

ସୂଚନା ଅନୁଯାୟୀ,  ଗଙ୍ଗାଧର ନିଜ ବାଇକରେ ଘରକୁ ଫରେୁଥିବା ବେଳେ ରାମେଶ୍ୱର ସେହି ଗ୍ରାମର ସିଂରାୟ ମାରାଣ୍ଡି(୩୦)ଙ୍କୁ ପଛରେ ବସାଇ ବାଣକାଟିରୁ କୁଶଳଦା ଦିଗରେ ବାଇକରେ ଯାଉଥିଲେ। ନହରା ଛକ ନିକଟରେ ଉଭୟ ବାଇକ ମଧ୍ୟରେ ମୁହାଁମୁହିଁ ଧକା ହେବା ସହିତ ଗଙ୍ଗାଧର ଓ ରାମେଶ୍ୱରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖୁଣ୍ଟା ଦମକଳ ଗାଡି ସହାୟାତାରେ ଉଭୟ ମୃତଦେହକୁ ଖୁଣ୍ଟା ଡାକ୍ତରଖାନା ନିଆଯାଇଥିଲା ବେଳେ ଆହତ ସିଂରାୟଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତିକରିଥିଲା।

Comments are closed.