ଘାଟିରେ ଓଲଟିଲା ବସ ; ୧୫ ଆହତ

ଗଜପତି : ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ବଡ଼ବଦା ଗାଁ ନିକଟରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗାଁ ନିକଟରେ ଥିବା ଘାଟିରେ ଏକ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତର ଆହତଙ୍କୁ ପାରଳାଖେମୁଣ୍ଡି ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବସଟି କଟକରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ବଡ଼ପଦା ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମପଟକୁ ଓଲଟି ପଡ଼ିଥିଲା। ଖବର ପାଇ ଖଜୁରୀପଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

Comments are closed.