ଦୁର୍ଘଟଣାରେ ଜଳିଗଲା ଟ୍ରକ ଓ ବାଇକ: ୧ ମୃତ

ଦେବଗଡ:  ଦେବଗଡ ଥାନା ଅନ୍ତର୍ଗତ ପ୍ରଭାଶୁଣି ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ  ମଙ୍ଗଳବାର ଏକ ମାଲ ବୋଝେଇ ଟ୍ରକ ଏକ ବାଇକକୁ ଧକ୍କାଦେବା ଫଳରେ ଘଟଣା ସ୍ଥଲରେ ଜଣଙ୍କର ମୃତ୍ୟୁ ଘଟିବାସହ ଉଭୟ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ ପୋଡିଯାଇଛି। ମୃତ ବାଇକ ଅରୋହୀ ଜଣକ ନିକଟସ୍ଥ ବିଲେଇଘଟି ଗ୍ରାମର ତାଙ୍କ ନାମ ଭୁକୁଲ ମହାକୁଳ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ମାଲ ବୋଝେଇ ଟ୍ରକ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଦେବଗଡ ତିଲେଇବଣି ପଟୁ କୁଚିଣ୍ଡା ଆଡକୁ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା  ହୋଇଥିଲା । ଫଳରେ ଟ୍ରକଟି ବାଇକଟିକୁ ଦୀର୍ଘ ଦୂର ପର୍ଯ୍ୟନ୍ତ ଘୋଷାଡି ନେଇଥିଲାବେଳେ ସେଥିରୁ ନିଆଁ ବାହାରି ଉଭୟ ଟ୍ରକ ଓ ବାଇକ ଜଳିଯାଇଥିଲା। ଖବର ପାଇ ଦେବଗଡ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଟ୍ରକଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଥିବା ଜଣାପଡିଛି। ଦୁର୍ଘଟଣାପରେ ୫୩ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.