ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ; ୨ମୃତ, ଜଣେ ଗୁରୁତର

 କଟକ: କଟକ ଜିଲା ଆଠଗଡ଼ ତହସିଲ ଅନ୍ତର୍ଗତ ବେତଖୋଲି ଓ ଖୁଣ୍ଟୁଣିରେ ସୋମବାର ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ବେତଖୋଲି ଠାରେ ଏକ ବୋଲେରୋ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଲରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସେହି ସ୍କୁଟିରେ ବସିଥିବା ଅନ୍ୟଜଣେ ଯୁବତୀ ଗରୁତର ଭାବେ ଆହତ ହୋଇଛନ୍ତି । ଗୁରତର ଯୁବତୀଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଖୁଣ୍ଟୁଣି ନିକଟ ଗଜାଆମ୍ବ ଠାରେ ସ୍କୁଟି ଆରୋହୀଙ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

 

Comments are closed.