ସଡ଼କ ଦୁର୍ଘଟଣାରେ ଜଣେ ମୃତ

ହରଭଙ୍ଗା : ବୌଦ୍ଧ ଜିଲା ପୁରୁଣା କଟକ ଥାନା ଅନ୍ତର୍ଗତ ଯଜିଆ ବନ୍ଧ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ବିକାଶ ରାଜହଂସ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବିକାଶଙ୍କ ଘର ରଥସାହି ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କୌଣସି କାମରେ ବିକାଶ ଘରୁ ବାହାରି ଉଦୟପୁର ଯାଉଥିବା ସମୟରେ ପଛପଟୁ ଏକ ପିକଅପ୍ ବୋଲେରୋ ଧକ୍କା ଦେଇଥିଲା । ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସ୍ଥାନୀୟଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ୍ ଭୋଇ ଓ ପୁରୁଣା କଟକର ପୁଲିସ ପହଁଞ୍ଚିଥିଲେ ।  ମୃତକଙ୍କ ପରିବାରଙ୍କୁ ବୁଝାସୁଝା କରିବାସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ ।  ପୁଲିସ ଧକ୍କା ଦେଇଥିବା ପିକଅପ୍ ବୋଲେରୋକୁ ଅଟକ ରଖିବାସହ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.