ଟ୍ରକ –ଟ୍ରଲର ମୁହାଁ ମୁହିଁ ଧକ୍କା, ୨ ଗୁରୁତର

କଙ୍କଡାହାଡ଼: ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର ୧୪୯ ନମ୍ୱର ଜାତୀୟ ରାଜପଥରେ ରବିବାର ସକାଳେ ଟ୍ରଲର ଓ ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଦୁଇ ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ତାଳଚେର ମଣ୍ଡପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା କାରଣରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଛି।

ସୂଚନା ଅନୁଯାୟୀ, ଖମାର ପାଖରୁ ପିତରି ଆଡ଼କୁ ଆସୁଥିବା ଏକ ଟ୍ରଲର ଓ ବିପରିତ ଦିଗରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଗାଡ଼ିର ଚାଳକ ଗୁରୁତର ହୋଇଥିଲେ। ଅତ୍ୟଧିକ ମଦ୍ୟପାନ, ବେପାରୁଆ ଗାଡ଼ିଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Comments are closed.