ଟ୍ୟାଙ୍କର ଧକ୍କାରେ ନାବାଳିକା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ନୁନ୍‌ମାଠ ନିକଟରେ ଏକ ଟ୍ୟାଙ୍କର ଧକ୍କାରେ ୧୦ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳିକା ହେଲେ ସ୍ଥାନୀୟ ଅଞ୍ଚଳର ଲଳିତା ମାଝୀ । ଘଟଣା ସ୍ଥଳରେ ହିଁ ଲଳିତା ମାଝୀଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟଲୋକେ କ୍ଷତିପୂରଣ ଦାବିରେ ବରଗଡ଼-ବୋରିଗୁମା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି ।

Leave A Reply