ସଡ଼କ ଦୁର୍ଘଟଣାରେ ୧ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅଞ୍ଚଳରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଡ଼ମ୍ଫର ପୋଲ ତଳକୁ ଖସି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କେ ବଳଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଘାଟିରେ ଏକ ଡମ୍ଫର ଟେନସା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି।

Comments are closed.