ଦୁଇ କାର୍‍ ମୁହାଁମୁହିଁ ଧକ୍କା , ୯ ଆହତ

ଆଠଗଡ଼ : କଟକର ମଙ୍ଗୁଳି – ଖୁଣ୍ଟୁଣୀ ରାସ୍ତାର ଧବଳେଶ୍ୱର ଆଇଟିଆଇ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ କାର୍‍ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ଓ ଏଥିରେ ୯ ଜଣ ଆହତ ହୋଇଛନ୍ତି। ଆହତ ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.