ଟ୍ରକ ଧକ୍କାରେ ଛାତ୍ରୀ ମୃତ, ଜଣେ ଗୁରୁତର

0

ଭଦ୍ରକ: ସଡକ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସର୍ମ୍ପକୀୟ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚାଯୋଗ୍ୟ, ନମିତା ନାୟ ନାମକ ଜଣେ ଛାତ୍ରୀ ବାଇକରେ ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ବିସଲପଟା ନିକଟରେ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଛାତ୍ରୀ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଚଳାଉଥିବା ତାଙ୍କର ଜଣେ ସର୍ମ୍ପକୀୟ ଭାଇ ଗୁରୁତର ହୋଇଛନ୍ତି ।

Leave A Reply