ସଡ଼କ ଦୁର୍ଘଟଣାରେ କନେଷ୍ଟବଳ ଗୁରୁତର

ଭଦ୍ରକ : ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ଫାଣ୍ଡି ଅଞ୍ଚଳରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପାଟ୍ରୋଲିଂ କରୁଥିବା ସମୟରେ ଜଣେ ପୁଲିସ କନେଷ୍ଟବଳଙ୍କ ଉପରେ ଚୋରା କୋଇଲା ନେଇ ଯାଉଥିବା ଏକ ଟ୍ରକ ଚଢି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପ୍ରାୟ ଭୋର ସମୟରେ ପୁଲିସ ପାଟ୍ରୋଲିଂ ଟିମ ଉକ୍ତ ଚୋରା କୋଇଲା ଚାଲାଣ ହେଉଥିବା ଟ୍ରକଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ସେହି ସମୟରେ କନେଷ୍ଟବଳଙ୍କ ଉପରେ ଗାଡ଼ିଟି ଚଢିଯାଇ ସେ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Comments are closed.