ଟ୍ରକ ଧକ୍କାରେ ଖବରକାଗଜ ବିକ୍ରେତାଙ୍କ ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଆଜି ସକାଳେ ଟ୍ରକ ଧକ୍କାରେ ଜଣେ ଖବରକାଗଜ ବିକ୍ରେତାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସ୍ଥାନୀୟ ପୁରୁଣା ଗୌଡ଼ସାହିର ବସନ୍ତ ମହାକୁଳ । ଜାତୀୟ ରାଜପଥ ୪୯ର ବାଲିପଶି ଗ୍ରାମ ନିକଟରେ ସେ ଖବରକାଗଜ ବାଣ୍ଟିବା ପାଇଁ ଯାଉଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବସନ୍ତଙ୍କ ମୃତ୍ୟୁ ହୋଇଥିଲା । ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।

Comments are closed.