ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

କୋଲକତା : କୋଲକତା ହାୱଡ଼ା ଶଙ୍କରାଇଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ହାୱଡ଼ାର ଢୁଲାଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ ଓ ଯାଜପୁର ଜିଲାରୁ ୮ ଜଣ ଯୁବକ ଏକ ବିବାହ ଭୋଜିରେ ଯୋଗ ଦେବାକୁ କୋଲକତା ଯାଇଥିଲେ। ହାୱଡ଼ାରୁ ଭୋଜିରୁ ଫେରୁଥିବା ସମୟରେ ଶଙ୍କରାଇଠାରେ ସେମାନଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ମେଡ଼ିକାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି।

Comments are closed.