ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ / କଙ୍କଡ଼ାହାଡ : ଅନୁଗୁଳ ଜିଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ନାହିକାନାଲି ଠାରେ ଶନିବାର ଭୋର ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଧନଞ୍ଜୟ ନାୟକ, କ୍ରୀଷ୍ଣା କୁମାର ସାହୁ, ରୂପେଶ ସାହୁ। ସୂଚନା ଅନୁଯାୟୀ କାରଟିରେ ସମସ୍ତେ ଖୋର୍ଦ୍ଧାର ଜଙ୍କିଆ ଅଞ୍ଚଳରେ ହେଉଥିବା ଏକ ବାହାଘରକୁ ଯାଇଥିଲେ। ବାହାଘର ଭୋଜିରୁ ରାଉରକେଲା ଫେରିବା ସମୟରେ ଏକ ଅଜଣା ଟ୍ରକ କାରଟିକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତାହତ ବ୍ୟକ୍ତିମାନେ ରାଉରକେଲା ସେକ୍ଟର ୨୨ ର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ସମଲ ପୁଲିସ ପହଞ୍ଚି ଗୁରୁତରଙ୍କୁ ତାଳଚେର ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରକ ଓ ଏହାର ଚାଳକ ଦୁର୍ଘଟଣା ପରେ ଫେରାର ହୋଇଯାଇଛନ୍ତି।

Comments are closed.