ସଡ଼କ ଦୁର୍ଘଟଣାରେ ୨ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ସୁନାଖଳା ଛକରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଛନ୍ତି। ଆହତକୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ, ଆଜି ସକାଳ ସମୟରେ ଏକ ବୋଲେରୋ ରାୟଗଡ଼ାର ବିଷମକଟକରୁ ଭୁବନେଶ୍ୱର ଅଭିମୁଖେ ଆସିବା ସମୟରେ ସୁନାଖଳା ଛକରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି।

Comments are closed.