ଭାରସ୍ୟାମ ହରାଇ ଓଲଟି ପଡିଲା ଟ୍ରାକ୍ଟର; ଜଣେ ମୃତ ଓ ୩ ଆହତ

0

ବୌଦ୍ଧ: ଟ୍ରାକ୍ଟର ଓଲଟି ପଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ସରସରା ପଞ୍ଚାୟତ ବିରିଗଡ଼ ଗାଁରେ ଥିବା ଏକ ନାଳରୁ ବାଲି ଉଠାଇଲା ବେଳେ ଭାରସ୍ୟାମ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତଙ୍କ ନାମ ହେଲା ସୁଧୀର ମାଝୀ(୨୪) । ଏଥିରେ ଟ୍ରାକ୍ଟର ଚାଳକଙ୍କ ସମେତ ଅନ୍ୟ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି ।

Leave A Reply