ବସ୍ ଦୁର୍ଘଟଣାରେ ୧୪ ଆହତ ଓ ୩ ଗୁରୁତର

ସୁବର୍ଣ୍ଣପୁର : ୫୬ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ବାସୁଦେବପାଲି ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଭୁବନେଶ୍ବରରୁ ବଲାଙ୍ଗିର ଫେରୁଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ବୁଲାଣୀ ରାସ୍ତାରେ ଥିବା ଏକ ଗଛ ସହ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସରେ ଥିବା ପ୍ରାୟ୧୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.