ସଡକ ଦୁର୍ଘଟଣାରେ ଶିକ୍ଷୟିତ୍ରୀ ମୃତ, ବାପ-ପୁଅ ଗୁରୁତର

ଅନୁଗୁଳ : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିରେ ତାଙ୍କ ସ୍ବାମୀ ଓ ୩ ବର୍ଷର ପୁଅ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସ୍କୁଲ ସାରି ପୁଅ ଓ ସ୍ବାମୀଙ୍କ ସହ ଶିକ୍ଷୟିତ୍ରୀ ଗୋଟିଏ ବାଇକରେ ଫେରୁଥିବା ବେଳେ ନାଲକୋ ସିପିପି ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ-ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.