ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ ; ୧୮ ଆହତ

ନୂଆଦିଲ୍ଲୀ : ଅଯୋଧ୍ୟାର ବିକାପୁର ଅଞ୍ଚଳର ଖଜୁରହଟରେ ସୋମବାର ସକାଳେ ଏକ ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଛି । ଏଥିରେ ପ୍ରାୟ ୧୮ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବିକାପୁର ହସ୍ପିଟାଲରେ ଭର୍ତ୍ତି କରିଛି । ସମସ୍ତ ଯାତ୍ରୀ ଆନ୍ଧ୍ର ପ୍ରଦେଶର ନିବାସୀ ହୋଇଥିବା ବେଳେ କେତେକ ଧାର୍ମିକ ସ୍ଥଳ ଦର୍ଶନ ପାଇଁ ଅଯୋଧ୍ୟ ଯାଇଥିଲେ । ଚଳକଙ୍କ ଆଖି ଲାଗି ଯିବାରୁ ବସ ଦୁର୍ଘଟଣା ହୋଇଥିବା ଜଣାପଡିଛି ।

Comments are closed.