ସଡ଼କ ଦୁର୍ଘଟଣାରେ ଜଣେ ମୃତ ୧୬ ଆହତ

ଯାଜପୁର : ଯାଜପୁର ୨୧୫ ନମ୍ବର ଜାତୀୟ ରାଜପଥର ଅନ୍ଧାରୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ବସ ଓ କାର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ସୂଚନା ଯୋଗ୍ୟ, ରାଇରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ଓ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଯାଜପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Comments are closed.