ଘରୋଇ ଆମ୍ବୁଲାନ୍ସ ଧକ୍କାରେ ଦୁଇ ମୃତ

ବାରିପଦା : ଆମ୍ବୁଲାନ୍ସ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଚି। ବାରିପଦା-ଉଦଳା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ନୂଆଗାଁର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଲୋକମାନେ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବାରିପଦାର ଦୁଇ ଜଣ ବ୍ୟକ୍ତି କାମ ସାରି ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ। ସେହି ସମୟରେ ଏକ ଘରୋଇ ଆମ୍ବୁଲାନ୍ସ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

 

Comments
Loading...