ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

0

ଜଗତସିଂହପୁର : ସଦର ନିକଟ ଯୋଗଧାରୀ ଠାରେ ସୋମବାର ସକାଳ ସମୟରେ ଏକ ବାଇକ ଓ ଟ୍ରକ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ବାଲିକୁଦା ଥାନା ଅନ୍ତର୍ଗତ ତେରତାଙ୍ଗ ଗ୍ରାମର ଓ ଆହତ ଜଣକ ବାଲିକୁଦା ଥାନା ଅଞ୍ଚଳର ଅଳାଭର ଗ୍ରାମର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ୫୫ ନମ୍ବର ଜାତୀୟ ରାଜପଥରେ ଜଗତସିଂହପୁର ରୁ କଟକ ଅଭିମୁଖେ ବାଇକରେ ଆସୁଥିଲେ। ସେହି ସମୟରେ ଯୋଗଧାରୀ ଠାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ସକାଳ ସମୟରେ ହୋଇଥିବା କୁହୁଡ଼ି କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପ୍ରାର୍ଥମିକ ଚିକିତ୍ସା କରାଯାଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକର ଚାଳକ ଟ୍ରକ ସହ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply