ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୧୪ ଆହତ

0

ସମ୍ବଲପୁର : ଯୁଯୁମୁରାର ଚାରିଛକ ଓ ଜମନକିରାର ଅର୍ଜୁନପାଲି ଛକରେ ରବିବାର ପୃଥକ ଅଟୋ ଦୁର୍ଘଟଣାରେ ପ୍ରାୟ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁଯୁମୁରାରେ ଅଟୋ ଓ କାର ମଧ୍ୟରେ ଧକ୍କା ହେବାରୁ ୯ ଜଣ ଆହତ ହୋଇଛନ୍ତି। କାରଟି ଅଟୋଟିକୁ ଧକ୍କା ଦେବା ଫଳରେ ଅଟୋଟି ଏକ ଗଛରେ ପିଟି ହୋଇଥିଲା। ଫଳରେ ଏଥିରେ ୯ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଟୋଟି ଝଙ୍କରାପାଲିରୁ ଖୁସରବାହାଲ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଅପରପକ୍ଷରେ ଜମନକିରାରେ ଅଟୋ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୫ ଜଣ ଆହତ ହୋଇଛନ୍ତି। ଟ୍ରକଟି ଲୁହାପଥର ବୋଝେଇ ହୋଇ ସମ୍ବଲପୁରରୁ କେନ୍ଦୁଝର ଆଡ଼କୁ ଯାଉଥିଲା। ଗୁରୁତର ଆହତଙ୍କୁ ପ୍ରାର୍ଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Leave A Reply