ଟ୍ରକକୁ ଧକ୍କା ଦେଲା ଅଟୋ; ୪ ଗୁରୁତର

0

ଅନୁଗୋଳ : ପାଲଲହଡା ଥାନା ଅଧୀନ ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ନିକଟରେ ଏକ ଟ୍ରକକୁ ପଛପଟୁ ଏକ ଅଟୋ ଧକ୍କାଦେବା ଫଳରେ ଅଟୋରେ ଥିବା ୪ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି  । ସେମାନଙ୍କୁ  ପାଳଲହଡା ଡାକ୍ତରଖାନା ଭର୍ତ୍ତି କରାଯାଇଛି। ରାତି ପ୍ରାୟ ୯ଟା ସମୟ​‌ରେ ଝିମିରିପାଲି ଛକ ନିକଟରେ ଖମାର ପଟୁ ପାଳଲହଡା ଅଭିମୁଖେ ଏକ ଅଟୋରେ ତିନିଜଣ ଆସୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଟ୍ରକଟି ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିବାବେଳେ ଏକ ତିନି ବର୍ଷର ଶିଶୁ ବର୍ତ୍ତି ଯାଇଛି। ସମସ୍ତ ଆହତ ସାମିଆପାଲି ଅଞ୍ଚଳର ବୋଲି ଜଣା ପଡିଛି ।

Leave A Reply