ବୋଲେରୋକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟିଲା ଟ୍ରକ

0

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ନିକଟ ଜଇସପାଟଣା ବଜାର ଠାରେ ବାଲି ବୋଝେଇ ଟ୍ରକ ଏକ ବୋଲେରୋକୁ ଧକ୍କା ଦେଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ପନ୍‍ସକୁରା ଅଞ୍ଚଳରୁ ଗୋଟିଏ ପରିବାରର ୩ଜଣ ମହିଳା, ଜଣେ ଶିଶୁକନ୍ୟା ଓ ୪ଜଣ ପୁରୁଷ ଲୋକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏକ ବୋଲେରୋ ଗାଡି ଯୋଗେ ପୁରୀ ଆସୁଥିଲେ । ଗୁରୁବାର ରାତି ସାଢେ ୩ଟା ସମୟରେ ଜଇସପାଟଣା ବଜାର ଠାରେ ରାସ୍ତା କଡରେ ବୋଲେରୋକୁ ରଖି ସମସ୍ତେ ଏକ ଦୋକାନରେ ଚା’ ପିଉଥିଲେ। ଏହି ସମୟରେ ପଛ ପଟୁ ଦୃତଗତିରେ ଆସୁଥିବା ଏକ ବାଲି ବୋଝେଇ ଟ୍ରକ ବୋଲେରୋକୁ ଖୁବ୍‍ ଜୋର୍‍ରେ ଧକ୍କା ଦେଇଥିଲା। ପରେ ବୋଲେରୋକୁ ପ୍ରାୟ ୨୦ଫୁଟ ପର୍ଯ୍ୟନ୍ତ ଠେଲି ନେବା ପରେ ଟ୍ରକ୍‍ଟି ରାସ୍ତା କଡକୁ ଓଲଟି ପଡିଥିଲା। ଏଥିରେ ଟ୍ରକର ସମ୍ମୁଖ ଭାଗ ଚକା ବାହାରି ଯାଇଥିବା ବେଳେ ବୋଲେରୋର ପଛ ଅଂଶ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‍ ହୋଇଯାଇଥିଲା। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

 

 

Leave A Reply