ଟ୍ରକ ଧକ୍କାରେ ଡ୍ରାଇଭର ମୃତ

0

ବଲାଙ୍ଗୀର : ବଲାଙ୍ଗୀର ଜିଲା ସୁଦପଡା କଲ୍ୟାଣମଣ୍ଡପ ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ସଂପୃକ୍ତ ଡ୍ରାଇଭର ଜଣକ ଟ୍ରକ ଚକ ବଦଳାଇବା ପାଇଁ ଛିଡା ହୋଇଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା।

ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି। ଏହାସହ ଗୋଟିଏ ଟ୍ରକର ଡ୍ରାଇଭରଙ୍କୁ ଅଟକ ମଧ୍ୟ ରଖିଥିବା ଜଣାପଡିଛି।

Leave A Reply