ଅଟୋ ଓଲଟି ଜଣେ ମୃତ, ୩ ଗୁରୁତର

0

ଦେବଗଡ : ଦେବଗଡ ସହରରୁ ୪ କି.ମି. ଦୂରବର୍ତ୍ତୀ ସାମନ୍ତ୍ରାପାଲି ଗ୍ରାମ ନିକଟରେ ଏକ ଅଟୋ ଓଲଟି ପଡିଛି। ଏହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନୁଆଁଭୁଇଁ ଗ୍ରାମର ନିରଞ୍ଜନ ବାଘ (୩୩)। ଅନ୍ୟ ଗୁରୁତରମାନେ ହେଲେ ନିରଞ୍ଜନଙ୍କ ବଡ ଝିଅ ଅମୃତା ବାଘ (୫), ସାନ ଝିଅ ଖୁସିଲତା (୧) ଓ ଶାଶୁ ଯଶୋଦା ପାତ୍ର।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ନିରଞ୍ଜନ ପରିବାର ଲୋକଙ୍କ ସହ ମିଶି ତାଙ୍କ ଶଳାଙ୍କ ପାଇଁ ଝିଅ ଦେଖିବାକୁ ଅଟୋରେ କୁଣ୍ଡାପିଠା ଯାଉଥିଲେ। ତେବେ ସାମନ୍ତ୍ରାପାଲି ନିକଟସ୍ଥ ରାଂଚି-ବିଜୟୱାଡା ଠାରେ ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତା ଉପରକୁ ଅଟୋଟି ଓଲଟି ପଡିଥିଲା। ଫଳରେ ସମସ୍ତେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଗୁରୁତରମାନେ ଚିକିତ୍ସାଧୀନ ଥିବା ଜଣାପଡିଛି।

Leave A Reply