ସଡକ ଦୁର୍ଘଟଣାରେ ବାଇକ ଆରୋହୀର ମୃତ

0

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ପୋଲ ନିକଟସ୍ଥ ଟୋଲଗେଟ୍‍ ପାଖରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ରବିବାର ମୃତ୍ୟୁ ଘଟିଛି। ଖଡିଆଳ ଥାନା ସରଧାପୁର ଗ୍ରାମର ଶମ୍ଭୁ ଶବର (୨୦) ବାଇକ ନମ୍ବର (ସିଜି ୦୪-ଏଚକେ ୩୫୭୪)ରେ ଖଡିଆଳରୁ ନିଜ ଗ୍ରାମକୁ ଫେରୁଥିଲେ। ଡୁଆଝର ଟୋଲଗେଟ ପାଖରେ ଏକ ଟ୍ରକ (ସିଜି-୦୪ ଏଚକେ ୯୬୦୨ ଅଟକି ରହିଥିଲା। ବାଇକ ଆରୋହୀ ଶମ୍ଭୁ ଭାରସାମ୍ୟ ହରାଇ ଅଟକି ରହିଥିବା ଟ୍ରକରେ ପିଟି ହୋଇ ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃୁୁତ୍ୟୁ ହୋଇଯାଇଥିଲା। ଖବର ପାଇ ଖଡିଆଳ ପୋଲିସ ଏଏସଆଇ ମୁନୱର ଅଲ୍ଲି ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply