ସଡ଼କ ଦୁର୍ଘଟଣାରେ ୮ ଆହତ

0

ବୌଦ୍ଧ : ମନମୁଣ୍ଡା – କଣ୍ଟମାଳ ରାସ୍ତାର ଗୋହିପିଟା ଗାଁ ପାଖ ଦମାମୁଣ୍ଡା ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ ଦୁଇଟି ମଟରସାଇକେଲକୁ ଧକ୍କା ଦେଇ ଓଲଟି ପଡ଼ିବାରୁ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋନପୁର ମେଡ଼ିକାଲରେ ଚିକିତ୍ସା ପାଇଁ ସ୍ଥାନୀୟଲୋକେ ଭର୍ତ୍ତି କରିଥିଲେ। ସୂଚନା ଅନୁଯାୟୀ, ପ୍ରଥମେ ଟ୍ରକଟି ଜାଲପାଟି ନିକଟରେ ଗୋଟିଏ ବାଇକକୁ ଧକ୍କା ଦେବା କାରଣରୁ ୩ ଜଣ ରାସ୍ତାକଡ଼କୁ ପଡ଼ି ଆହତ ହୋଇଥିଲେ। ସମ୍ପୃକ୍ତ ଟ୍ରକଟି ପ୍ରାୟ ୧ କି.ମି ଯିବା ପରେ ଆଉ ଦମାମୁଣ୍ଡା ଗାଁ ନିକଟରେ ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ଦୁଇ ଜଣ ଆହତ ହୋଇଥିଲେ। ଧକ୍କା ଦେଇ କିଛି ବାଟ ଯିବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରକ ଡ଼୍ରାଇଭର ସହ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Leave A Reply