ପିକଅପ ଭ୍ୟାନ ଓଲଟି ୩ ମୃତ, ୧୦ରୁ ଉର୍ଦ୍ଧ୍ବ ଗୁରୁତର

0

ମାଲକାନଗିରି : ମାଲକାନଗିରିରେ ଏକ ପିକଅପ ଭ୍ୟାନ ଓଲଟି ଯାଇଛି। ଏହା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ସୋମବାର ଅପରାହ୍ନ ସମୟରେ ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମା ନିକଟରେ ଘଟିଛି। ପିକଅପ ଭ୍ୟାନଟି ମାଥିଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply