ମର୍ମନ୍ତୁଦ ସଡ଼କ ଦୁର୍ଘଟଣା- ଗୋଟିଏ ପରିବାରର ୩ ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ଯୋଡାଥାନା ଗଣେଶ ଭବନ ନିକଟରେ ସୋମବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ଘଟିଛି। ଏହି ଦୁର୍ଘଟଣାରେ ବାପଙ୍କ ସହ ୫ ବର୍ଷର ଝିଅ ଏବଂ ୩ ବର୍ଷର ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବାଇକରେ ବାପା, ପୁଅ ଏବଂ ଝିଅ ଯାଉଥିବା ସମୟରେ ଏକ ବୋଲେରୋ ଧକ୍କାଦେଇଥିଲା। ଘଟଣା ସ୍ଥଳରେ ବାପା,ପୁଅ ଏବଂ ଝିଅର ମୃତ୍ୟୁ ଘଟିଛି। ବୋଲେରୋ ଚଳାଉଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଧକ୍କା ଦେଇଥିବା ବୋଲେରୋଟି ଚୋରା ଗାଡ଼ି ବୋଲି ଜଣାପଡ଼ିଛି। ଉକ୍ତ ବୋଲେରୋକୁ ବନ୍ଧୁକ ଦେଖାଇ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଗାଡ଼ି ଚଳାଉଥିବା ଯୁବକ ଜଣଙ୍କ ଚୋରାଇ ନେଇଥିବା  ଅଭିଯୋଗ ।

Comments are closed.