ମିନି ଟ୍ରକ ଓଲଟି ୮ ମୃତ

0

କନ୍ଧମାଳ : ଟ୍ରକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳେ କନ୍ଧମାଳ ଜିଲା ବାଲିଗୁଡା ଠାରେ ବଙ୍ଗଡଦୁଆ ଘାଟିରେ ଏକ ମିନି ଟ୍ରକ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନେକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିିଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ଏକ ମିନି ଟ୍ରକ ଗଦାପୁରରୁ ବ୍ରାହ୍ମଣୀ ଗ୍ରାମକୁ ଯାଉଥିଲା। ତେବେ ଭାରସାମ୍ୟ ହରାଇ ବାଲିଗୁଡା ଠାରେ ବଙ୍ଗଡଦୁଆ ଘାଟିରେ ଓଲଟି ପଡିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି। ପୁଲିସ, ଦମକଳ ବାହିନୀ ଓ ଆମ୍ବୁଲାନ୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ।

Leave A Reply