ସଡକ ଦୁର୍ଘଟଣାରେ ୪ମୃତ, ୫ଆହତ

0

କେନ୍ଦ୍ରାପଡା : କଟକ-ଚାନ୍ଦବାଲି ରାସ୍ତାର କାତ୍ତିକ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଥିବାର ସୂଚନା ମିଳିଛି। ସମସ୍ତଙ୍କ ଘର କେନ୍ଦ୍ରାପଡା ଜିଲା ରାଜନଗର ଠାରେ ବୋଲି ଜଣା ପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ପ୍ରାୟ ୬ଟା ସମୟରେ ଏକ ବୋଲେରୋ କେନ୍ଦ୍ରାପଡାରୁ କଟକ ଆସୁଥିଲା। ବୋଲେରୋଟି ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଖବର ପାଇ କେନ୍ଦ୍ରାପଡା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

Leave A Reply