ସଡକ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଆହତ

0

ଯାଜପୁର : ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଯାଜପୁର ଜିଲା ରଗଡି-ପାଣିକୋଇଲି ରାସ୍ତାର ନରଣପୁର ଠାରେ ଏହି ଦୁର୍ଘଟଣା ଘଟିଛି। ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଏକ ଗ୍ରାମର ୪ଜଣ ବ୍ୟକ୍ତି କାର ଯୋଗେ ଯାଉଥିଲେ। କୁହୁଡି ଯୋଗୁଁ କାରଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଦୁଇ ଭାଇ ବୋଲି ଜଣାପଡିଛି। ଏହାସହ କାରର ଡ୍ରାଇଭର ଓ ଜଣେ ଯୁବତୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

 

Leave A Reply