ବସ ଦୁର୍ଘଟଣାରେ ୩ ଆହତ

0

ରାଉରକେଲା : ବନ୍ଧମୁଣ୍ଡା ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ଜଣ ଆହତ ହୋଇଥିବା ଜଣାପଡିଛି। ବସଟି ରାଉରକେଲାରୁ ନୂଆଗାଁ ଯାଉଥିବା ବେଳେ ରାସ୍ତାକୁ ଓଲଟି ପଡିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାରିଯାନ ଚଳାଚଳ ବନ୍ଦ ଦାବିରେ ଲୋକମାନେ ରାଉରକେଲା-ବିଶ୍ରାରେ ରାସ୍ତାରୋକ କରିଛନ୍ତି। ଏହାସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ଜଣାପଡିଛି।

Leave A Reply