ସଡକ ଦୁର୍ଘଟଣାରେ ୩ ମୃତ

0

ନୂଆପଡା : ନୂଆପଡା ଜିଲା ଜୋଙ୍କ ଥାନା ନିକଟ ଦର୍ଲିମୁଣ୍ଡା ଗ୍ରାମରେ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ତିନି ଜଣ ଯୁବକ ମଙ୍ଗଳବାର ରାତିରେ ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ। ସେହି ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲେ। ବୁଧବାର ସକାଳେ ସେମାନଙ୍କ ମୃତଦେହ ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Leave A Reply