ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

0

ଅନୁଗୁଳ : ସଡକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଅନୁଗୁଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ ବାମୁର ନିକଟରେ ହୋଇଛି। ମୃତକମାନେ ହେଲେ ମାନସ ରଞ୍ଜନ ପ୍ରଧାନ ଓ ଚନ୍ଦ୍ରକାନ୍ତ ରାଉଳ।

ସୂଚନାଯୋଗ୍ୟ ଯେ, ଉଭୟ ମାନସ ଓ ଚନ୍ଦ୍ରକାନ୍ତ ଗୋଟିଏ ବାଇକରେ ନିଜ ଗାଁରୁ ଫେରୁଥିଲେ। ମଙ୍ଗଳବାର ଭୋର ସମୟରେ ବାମୁର ନିକଟରେ ସେମାନଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେମାନଙ୍କର ଦୁର୍ଘଟଣା କିପରି ହେଲା ତାହା ସ୍ପଷ୍ଟ ହୋଇ ନାହିଁ। ମାନସ ଝାରସୁଗୁଡାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।

Leave A Reply