ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ଦୁଇ ମୃତ

0

ଢେଙ୍କାନାଳ : ଦୁଇଟି ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଦୁଇଟି ଟ୍ୟାଙ୍କର ଚାଳକ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଘଟଣା ଢେଙ୍କାନାଳ ଜିଲା ବଳଦିଆବନ୍ଧ ଠାରେ ମଙ୍ଗଳବାର ସକାଳେ ଘଟିଛି। ଟ୍ୟାଙ୍କର ଜଣେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Leave A Reply