ସଡକ ଦୁର୍ଘଟଣାରେ ୧୨ରୁ ଉର୍ଦ୍ଧ୍ବ ଆହତ, ଜଣେ ମୃତ

0

ଯାଜପୁର : ସଡକ ଦୁର୍ଘଟଣାରେ ୧୨ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି। ଏହାସହ ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲା ଜାରକା ନିକଟ ବ୍ରାହ୍ମଣୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଟୁରିଷ୍ଟ ବସ୍‌ ଟ୍ରକକୁ ପଉ ପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ବସଟି କଲକାତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ମଙ୍ଗଳବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Leave A Reply