ସଡ଼କ ଦୁର୍ଘଟଣାରେ ୫ମୃତ

0

କେନ୍ଦ୍ରାପଡ଼ା : ଡ଼େରାବିଶ ଥାନା ଅଳାବାଙ୍କ ଛକରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାରଟି ପଛପଟୁ ଏକ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, କାରଟିରେ ଏକ ଡ଼୍ୟାନ୍ସ ଗ୍ରୁପର ୬ ଜଣ ସଦସ୍ୟ ପାଣିକୋଇଲିରୁ କେନ୍ଦ୍ରାପଡ଼ା ଫେରୁଥିଲେ। ବ୍ରିଜ ନିକଟରେ ଯାଉଥିବା ବେଳେ ରାସ୍ତା କଡ଼ରେ ରଖାଯାଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

Leave A Reply