ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

0

ଉମରକୋଟ : ଉମରକୋଟ ବିଜେଡ଼ି ବିଧାୟକ ସୁବାସ ଗଣ୍ଡଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ , ରବିବାର ସକାଳ ସମୟରେ ରାଇଘର ଲାଲପାରା ପାଖରେ ଏକ ବାଇକଟିକୁ ପିଟି ଭାରସାମ୍ୟ ହରାଇ ବିଲ ମଧ୍ୟକୁ କାରଟି ପଶିଯାଇଥିବାର ଜଣାପଡ଼ିଛି। ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଗୁରୁତର ହୋଇଥିବା ବାଇକ ଆରୋହୀଙ୍କୁ ଉମରକୋଟ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। କାର ଚଳାଉଥିବା ଡ଼୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଧାୟକ ସୁବାସ ଗଣ୍ଡ କାର ଭିତରେ ନଥିଲେ ବୋଲି ଜଣାପଡ଼ିଛି।

Leave A Reply