ସଡ଼କ ଦୁର୍ଘଟଣାରେ ୩୦ ଆହତ , ୨ ଗୁରୁତର

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଗୋଡ଼ିପଡ଼ା ଟୋଲଗେଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ପିକନିକ ବସକୁ ଏକ ଟ୍ରକ ଧକ୍କା ଦେଇଛି। ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ପିକନିକ ବସଟିକୁ ସାମ୍ନାପଟୁ ଟ୍ରକଟି ଧକ୍କା ଦେଇଥିଲା। ଏହି ବସଟି ପିକନିକ ପାଇଁ ଭଦ୍ରକରୁ ଗଞ୍ଜାମର ତାରାତାରିଣୀକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Leave A Reply