ଟ୍ରକ ଧକ୍କାରେ ମା’ ମୃତ, ଝିଅ ଗୁରୁତର

0

ବାଲେଶ୍ବର : ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ମହିଳା ଜଣକ ବାଲେଶ୍ବର ଅରୁହାବାଦ ଅଞ୍ଚଳର ଜ୍ୟୋସ୍ନା ବେହେରା। ତାଙ୍କର ଝିଅ ନୈନା ବେହେରା ଗୁରୁତର ହୋଇଛନ୍ତି। ଦୁର୍ଘଟଣାଟି ବାଲେଶ୍ବର ଜିଲା ଜାଗେଶ୍ବରପଦା ଅରୁହାବାଦ ଠାରେ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟଲୋ​‌କେ ରାସ୍ତା ଅବରୋଧ କରିଛନ୍ତି। ଡ୍ରାଇଭରକୁ ମଧ୍ୟ ଗ୍ରାମବାସୀମାନେ ଅଟକ ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଜ୍ୟୋସ୍ନା ଓ ତାଙ୍କ ଝିଅ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜ୍ୟୋସ୍ନାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କ ଝିଅ ଗୁରୁତର ହୋଇଛନ୍ତି।

Leave A Reply