ଦୁର୍ଘଟଣାରେ ୩୦ ଆହତ

0

ନୟାଗଡ : ବସ ଦୁର୍ଘଟଣାରେ ୩୦ଜଣ ଆହତ ହୋଇଛନ୍ତି। ଏପରି ଘଟଣା ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ ସିଧାମୂଳା ନିକଟରେ ଘଟିଛି। ବସଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ବସରେ ଥିବା ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଗଣିଆ ଓ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଯାତ୍ରୀମାନେ ତୀର୍ଥ ସାରି ଛତିଶଗଡରୁ ନୟାଗଡ ଘରକୁ ଫେରୁଥିବା ଏହି ଦୁର୍ଘଟଣା ଘଟିଛି।

Leave A Reply