ଅଜଣା ଗାଡି ଧକାରେ ଜଣେ ମୃତ, ଜଣେ କଟକ ସ୍ଥାନାନ୍ତର

0

ଘସିପୁରା : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦାନ୍ତୁଆଣି ନିକଟରେ ଅଜଣା ଗାଡିଧକ୍କାରେ ଜଣେ ବାଇକ୍‍ ଆରୋହୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।
ଘସିପୁରା ଥାନା ଅନ୍ତର୍ଗତ କଇନିପୁରା ଗ୍ରାମର ପ୍ରଦୀପ କୁମାର ସାହୁ(୩୬) ଓ ସେହି ଗ୍ରାମର ନକୁଳ ଚରଣ ସାହୁ (୫୫) ଉଭୟ ବାଇକ୍‍ ଯୋଗେ ହରିଚନ୍ଦନପୁର ଅଂଚଳକୁ କୌଣସି କାମରେ ଯାଇ ଫେରୁଥିବା ବେଳେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦାନ୍ତୁଆଣି ଓ ରେମାଳ ଛକର ମଧ୍ୟବର୍ତ୍ତି ସ୍ଥାନରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ପ୍ରଦୀପ କୁମାର ସାହୁଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁରତର ଅବସ୍ଥାରେ ନକୁଳ ସାହୁଙ୍କୁ ଆନନ୍ଦପୁର ଡାକ୍ତରଖାନକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁରତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ହରିଚନ୍ଦନପୁର ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।

Leave A Reply