ଜାତୀୟ ରାଜପଥରେ ଦୁର୍ଘଟଣା ପରେ ଜଳିଗଲା କାର

0

ରାମପୁର: ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ରାସ୍ତାରେ ଯାଉଥିବା ବେଳେ କେତେକ ଚଳନ୍ତା ଗାଡି ନିଜନିଜ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଅଘଟଣ ପରେ ରାସ୍ତାରେ ଥିବା ଦୁର୍ଘଟଣାଗ୍ରସ୍ତ କାର ଜଳି ଉଠିଛି । ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେତେକ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାମପୁର ବରେଲି ଜାତୀୟ ରାଜପଥରେ ଯାଉଥିବା ଏକ କ୍ୟାଣ୍ଟର ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଏହା ପରେ ପଛରେ ଆସୁଥିବା ଅନ୍ୟ ଏକ କାର କ୍ୟାଣ୍ଟର ସହ ଧକ୍କା ହୋଇଥିଲା ଓ ପରେ ହଠାତ୍ ରାସ୍ତାରେ ଜଳି ଉଠିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ୭ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply